ଏଇଠୁ ଆସ୍ତେ ଆସ୍ତେ ଆସ୍ତେ
ଗଜାନନ ମିଶ୍ର
ପଡୋଶୀଙ୍କୁ ନେଇ
ମୁଁ ଯେ ଯିବିବହୁତବାଟ
ନାଇଁ ସେ ଆଶା।
ଆଉ ସେ ଧଳା ଧଳା
ପିଂପୁଡି ସବୁ ଏତେବେଳେ
ଭିତରେ ଭିତରେ ବ୍ୟସ୍ତ
କରିବାରେ ମତେ ଫାଙ୍କା।
ଡଙ୍ଗରତଳ ତପୋବନରେ
ଯାଇଛି ରହି ମୋର ମନ
ଆଉ ମୋର ଆତ୍ମା ।
ସେ ଟିହାଟା ଛାଡୁ ନି
ଜମାରୁ ସେ ଜାଗା।
ଝୁମୁରିଥିବା ଗଛ ଟେକିଲାଣି ମୁଣ୍ଡ
ଦି ଦିନ ଆଗରୁ ହୋଇଥିଲା ରୋପା।
ଏତିକିରେ ସରୁ ନି ଇତିହାସ,
ଲମ୍ୱିଛି,ଲମ୍ୱିଥିବ ବି ଆହୁରି
ଉଚ୍ଚାରିବାକୁ ଶବ୍ଦ ନାଇଁ ସାହସ।
ତଥାପି ଅଛି କବିତା,
ଅପେକ୍ଷାରେ ତୁମର ମୋର।
ଯାଉଛି ଅପସରି ଅନ୍ଧାର
ଏଇଠୁ ଆସ୍ତେ ଆସ୍ତେ ଆସ୍ତେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/7/2019
Leave a Reply