ଲେଖାକୁ ନେଇ
ଗଜାନନ ମିଶ୍ର
ଲୋକେ ଯଦି କ୍ରିୟା କି
ପ୍ରତିକ୍ରିୟା ପ୍ରକାଶ ନ କଲେ
ତୁମ ଲେଖାରେ, ଲେଖାଟି
ବେକାର ବୋଲି କୁହାଯିବ କି?
କୋଉ କାରଣରୁ କିଏ
କହିଲା କଣ କି ରହିଲା ଚୁପ୍
ତାକୁ ନେଇ ଭାବନାର ପ୍ରକାଶକୁ
ବନ୍ଦ କରି ଦେବା କଥା କି?
ଭୟରେ କି ଭ୍ରାନ୍ତିରେ କି ଭକ୍ତିରେ
ଭାସି ଯାଇ କିଛି କଥା ଉପରେ
ଗୁରୁତ୍ବ ଦିଆଯିବ କି?
ନାନାଦି ପ୍ରଶ୍ନ ମନ ଭିତରେ
ଭାସୁଥିଲେ ବି ସମ୍ମାନସହ
ଅଗ୍ରାଧିକାର ନ ଦେବା ଠିକ୍ କି?
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/10/2019
Leave a Reply