ଆଭ୍ୟାନ ପାଖରେ ବସ
ଗଜାନନ ମିଶ୍ର
ଆସ ଆସ ପାରାମାନେ ଆସ
ଆଭ୍ୟାନର ପାଖରେ ଟିକେ ବସ।
ଆଭ୍ୟାନ ଅଛି ଏକା
ନାନୀକୁ କରୁଛି ଡକା,
ନାନୀ ଯାଇ ଶୋଇପଡିଛି
ଭୁବନେଶ୍ୱରରେ ହୋଇକରି ଭକୁଆ।
ଆସ ଆସ ପାରାମାନେ ଆସ ଆସ
ଆଭ୍ୟାନର ପାଖରେ ଟିକେ ବସ ବସ।
ଆଭ୍ୟାନ ଦେବ ପାଣିରେ
ପିଇବ ତୁମେ ଛାଣି।
ଆସ ଆସ ପାରାମାନେ ଆସ ଆସ
ନେଇଆସ ସାଥୀରେ ଶାନ୍ତି ସନ୍ଦେଶ।
ଆସ ଆସ ପାରାମାନେ ଆସ ଆସ
ଆଭ୍ୟାନ ଡାକୁଛି ହୋଇ ହସ ହସ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/10/2019
Leave a Reply