ଫାଙ୍କା ଟିକିଏ ହୁଏ ଯେବେ
ଗଜାନନ ମିଶ୍ର
ମୁଁ ଉଠେଁ
ପଚାରେଁ ଭଲମନ୍ଦ ଦି ଚାରିପଦ।
କିଏ କହେ ମାୟା
ଆଉ କିଏ ଆଉ କଣ!
ଦୂରତ୍ୱ କମେ ନି ଯାହା,
ଆଉ ମୁଁ ଉଠେଁ।
ହାହାକାର ଅବଶ୍ୟ ନ ଥାଏ,
ଥାଏ କିନ୍ତୁ ଆତଙ୍କ ।
ସାମ୍ନାପଟେ କିଏ କରୁଥାଏ ଚେଷ୍ଟା
ପଳେଇ ଯିବାକୁ କୁଆଡେ ତରତର ।
ଆଉ କିଏ ହଜାଇ ଦେଇଥାଏ
ଆଉ କେତେକଣ ପଛପଟେ।
ଶବ୍ଦଯଜ୍ଞରେ ବ୍ୟସ୍ତଥିବା ମୋର ହାତ
ଗଭୀର ନୀଳରେ ତଥାପି ଚଳଚଂଚଳ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/10/2019
Leave a Reply