ଅ ରୁ କୁଆଡେ
ଆ ହୋଇଯାଏ
ଅଟୋମେଟିକ୍!
ଆ ରୁ
ହ୍ରସ୍ୱ ଇ
ନାଇଁ ତ ଦୀର୍ଘ ଈ
ଟିକେ ସମୟ ଲାଗେ।
ଗାଈକୁ
ଉଦାହରଣ ଭାବେ
ନିଆ ଯାଇପାରେ।
ପଚରା ଯାଇପାରେ
ଗାଈ ନିଜ ଦେହକୁ
କିପରି ସଫା ରଖେ!
କାଉ ପଳେଇ ଆସେ
ତହିଁ ଉତ୍ତାରୁ।
ବାସି କାମ
ପଡି ଥାଏ ସବୁ।
ମା ଥିଲେ
ସରି ସାରନ୍ତାଣି ଯାହା
ସକାଳୁ ଉଠିବା
ମୁହଁ ହାତ ଧୋଇବା
ପାଇଖାନା ଯିବା
ଲକ୍ଷେ ଭୁଲରେ
ଦି ଲକ୍ଷ ଗାଳି ଖାଇବା।
ପୋଷା ପଶୁପକ୍ଷୀର
ବୋଲ ମାନି
ଏବେ ସମୟ
ଡାଲା ସଫା କରିବା।
ଆଉ ସବୁ
ସେଇ ବିନ୍ଦୁରେ ଯୋଡିବା
ଅ ରୁ ଆ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/9/2019
Leave a Reply