ଆଜକ ବଂଚିଯାଅ
ଗଜାନନ ମିଶ୍ର
ହସି ଦିଅ
ଆଉ କ୍ଷମା କର
ଆଉ ବଂଚି ଯାଅ
ଶାନ୍ତିରେ ଆଜକ।
କାଲି କୁ ଦେଖାଯିବ!
ଅଛି କି ନ ଅଛି
କଣ କିଏ କୋଉଠି
କେମିତି କହି ହେବ!
ଜାଗା ଅଜାଗା
ପ୍ରେମ ଘୃଣା
ଦୁଃଖ ସୁଖ
ଦେବା ନେବା
ଅନ୍ଧାର ଆଲୁଅ
ସବୁ ମନ ଗଢାରେ ଭାଇ
ସଂଧ୍ୟାର ଘଟଣାକ୍ରମ
ସକାଳକୁ ନାଇଁ।
ସାକ୍ଷାତ ମୁହାଁମୁହିଁରେ
ଯାହା ଯେତେ ଯୋଉଠି
ଆସିଛି ତୁମର ହୋଇ
ଅନାଗ୍ରହ କର ନା।
ସୁବିଧା ବୋଲି କହୁଛ
ଯୋଉଟାକୁ ଏ କ୍ଷଣି
ସେଇଟା ଇ ଅସୁବିଧା
କି ନୁହଁ,
ସମୟରେ ପଡିବ ଜଣା।
ସବୁ ମଣିଷ ଯେ ମଣିଷ
ହୁଏ ନି କହି ଏମିତି,
ଯଦିଓ ସବୁ ଆମ୍ୱ ଆମ୍ୱ
ନାମ ଦିଆ ଯାଇପାରେ
ଭିନ୍ନ ଭିନ୍ନ।
ସବୁ କଥାରେ ବି
ନ ଥାଏ ଲଥା ବୋଲିବା
ଶବ୍ଦ।
ଆଉ କେବଳ ଶବ୍ଦକୁ ଆଦରି
ବସି ରହିବା ନୁହଁ ବି
ଠିକ୍ ବୁଦ୍ଧିର ପରିଚୟ ଦେବା।
ଶବ୍ଦଠୁ ବାହାରି ଯିବା ନିୟତି
ଏ କଥାକୁ ମାନିବା।
ଆଉ ଥିବା ନିଜଠି
କୁହାଯାଏ ଅଧାଅଧି ବଂଚିବା।
ଆଜକ ଯାଅ ବଂଚିବା,
ବାକି ସବୁ ଶୋଇ କି
ଉଠିଲା ପରେ ବୁଝିବା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/5/2019
Leave a Reply