ବିଚ୍ଛେଦ
ଗଜାନନ ମିଶ୍ର
1
ଆରମ୍ଭ ବିଚ୍ଛେଦ
ଏଇଠୁ।
ମନା ନାଇଁ
କରିପାର ଫୋନ
ୟାକୁ ତାକୁ।
ଫାଇଦା ପାଇବ ନି
ବୁଦା ବାଡିଆରେ
ପାଣିପିଟାରେ,
ବୃଥା ଯିବ ସମୟ
ମାଛ କଙ୍କଡା
ସାପ ବେଙ୍ଗ
ମିଳିବ ନି ଗୋଟିଏ,
ମତେ କି ତୁମକୁ।
ତୁମ ଛେପ
ତୁମ ଉପରେ ଇ ପଡିବ
ଆକାଶକୁ ମାରୁ ମାରୁ।
2
ଆରମ୍ଭ ହେଲେ
ଅଟକେଇ ହୁଏ କି
ଆଉ ବାଟରେ!
ବାଟ ତ ବହୁତ,
ଆଉ ବହୁତ ଲମ୍ବା,
ବାଟରେ ଯେ
କେତେ ହିଂସ୍ର ଜନ୍ତୁ
କେତେ ଆଉ କଣ
ଭୂତ ପ୍ରେତ
ପଚାରି ବୁଝିବାକୁ
ଯିବା ଏକାଥରକେ
ଭିତରକୁ ଆଉ
ବାହାରକୁ ।
ବାହାରେ ନା ଭିତରେ
ଚାଲେ ତୁମର ପାଲା
ଫୁର୍ସତ କାହିଁ ଜାଣିବାକୁ!
3
ବିଚ୍ଛେଦକୁ ନେଇ
ଏତେ ସେତେ ଚର୍ଚା
ସ୍ୱାଗତଯୋଗ୍ୟ ଅବଶ୍ୟ।
ଫରକ ପଡୁ ନି ଆକାଶର,
ସମୁଦ୍ର ଫନି ପଠେଇ
ବ୍ୟସ୍ତ ବିବ୍ରତ ଅସ୍ଥିର ଯଦିଓ।
ମୁଁ ମୋର ରହିଛି,
ତୁମେ ଫୁଟାଉଛ ଗୁଳି
ଯୋଉଥିରେ ନାଇଁ
କିଛି ବି ଶକ୍ତି।
ଫୁଲମାଳ ହୋଇ
ପଡୁଛି ବେକରେ
ତୁମ ଗାଳି।
ସଂସାର ନୌକା
ଚାଲିଛି ବି ଠିକ୍
ପ୍ରତି ମୁହୂର୍ତର ବିଚ୍ଛେଦରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
31/5/2019
Leave a Reply