ହରିଦ୍ରା
ଗଜାନନ ମିଶ୍ର
ପ୍ରେମରେ ଦ୍ବନ୍ଦ୍ବ!
ମାଟି ପ୍ରେମ, ଭାଷା ପ୍ରେମ,
ମାତୃ ପ୍ରେମ, ପିତୃ ପ୍ରେମ
ପ୍ରକୃତି ପରିବେଶ ପ୍ରେମ,
ଜୀବନ ପ୍ରେମ!
ପ୍ରେମ ପ୍ରେମ ପ୍ରେମ
ଘାଟରେ ବାଟରେ
କାର୍ଯ୍ୟରେ କଥାରେ
ପ୍ରେମ, ଉଛୁଳୁଛି ପ୍ରେମ।
ପ୍ରେମରେ ଘୃଣା,
ଘୃଣାରେ ପ୍ରେମ।
ବନ୍ଧୁ ବାନ୍ଧବ ପଡୋଶୀ
ଭାଇ ବିରାଦରୀ
ବାଦ ବିବାଦ
ଶିକାର ଆଉ ଶିକାରୀ।
ପ୍ରେମ ପ୍ରେମ ପ୍ରେମ
ଥଳଅଥଳ ଜୀବନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/9/2019
Leave a Reply