1
ପଲ୍ଲୀ ଠୁ
ଦିଲ୍ଲୀ
ବହୁତ ଦୂର।
ସନ୍ଦେହ
ଅବିଶ୍ବାସ
ଏଠି ସେଠି
ପ୍ରଚୁର।
ମଧୁ ମହୋତ୍ସବ
ନାଇଁ, ନାଇଁ
ପ୍ରେମ ଆସର।
ଧାଁ ଦଉଡ
ଏକମୁହାଁ ।
ଜୀବନଟା
ଖାଲି ଖାଁ ଖାଁ।
2
ଏଠି କଳି,
ସେଠି କୋଳାକୋଳି।
ଏଠି ସେଠି
ସବୁଠି ଭର୍ତ୍ତି ମଳି।
ନାଇଁ ଶାଳୀ
ଦେବାକୁ କରତାଳି।
ସବୁ ଯାତ୍ରୀ
ଭଳିକି ଭଳି।
ରହିଛି ରହିବ
କୁସୁମାଂଜଳି।
ଅଛୁ ଯୋଉଠି
ଥା ସେଇଠି
ଶୁଣିବୁ କେତେ
ଅଳି ଅର୍ଦ୍ଦଳି ।
Did you enjoy the the artible “ପ୍ରେମ ଆସର Love Meet” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply