ମୌସୁମୀ ସହ ଶତ୍ରୁତା
ଗଜାନନ ମିଶ୍ର
ହେଲା କେମିତି
ମୌସୁମୀ ସହ ଶତ୍ରୁତା
ପଚାର ନି, ଜାଣେ ନା।
ଗରମ ଗୁଳୁଗୁଳି ଭିତରେ
ରହି ହେବ କେମିତି
ଜାଣେ ନା, ପଚାର ନି।
କହିଲାଣି କିଏ
ଆମର ଦରକାର ବର୍ଷା,
ଆଉ କିଏ ଆଉ କଣ କହିଲାଣି!
ମୌସୁମୀ କରିଛି ସ୍ୱୀକାର
ନିଜର ପରାଜୟ
ସେମିତି ନୁହଁ।
ଅଛୁଁ ଆମେ ସମସ୍ତେ ସତର୍କ
ମୌସୁମୀ ପାରିବ ନି କରି
ପଛାଡିଆ ପ୍ରହାର
କହିବା ଭୁଲ ଏମିତି।
ମୌସୁମୀକୁ ନେଇ
ଆଉ ବଢାଅ ନି କଥା,
ହେଉ ନି ଶୁଣି
ସେଇ ସେଇ ଘଷରଘଷା
ସବୁଯାକ ତାମସା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/6/2019
Leave a Reply