ଏ ଦେଖ ଦେଖ
ଗଜାନନ ମିଶ୍ର
ଏ ଦେଖ ଦେଖ
ଏନିମଲ ଚାନେଲ ଦେଖ
ବନ୍ଦକରି ଗନ୍ଧିଆ ରାଜନୀତି କଥା,
ଦେଖ ଦେଖ
ଜଙ୍ଗଲି ମଇଷିକୁ
କେମିତି ଡାହାଳ କୁକୁର
କରୁଛି ଆକ୍ରମଣ।
ସାମ୍ନାରେ ନାଇଁ ସାହସ,
ପଛରୁ ଦଳବଳ ସହିତ
ଗୋଡ ଟାଣିବାକୁ ଆଗଭର।
ଆଉ ଏ ମଇଁଷିପଲ
ଯେ ଝା ହେଉଛନ୍ତି ଫେରାର ।
ଏଇ ସୁଯୋଗରେ
ଗୋଟି ଗୋଟି କରି
ଧରାଶାୟୀ କରୁଚନ୍ତି
ଡାହାଳ କୁକୁରଗୁଡାକ
ସାକାହାରୀମାନଙ୍କୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/5/2019
Leave a Reply