ଗୀତାଞ୍ଜଳିରକବିତା -୨
ତୁମେ ଯେବେ କୁହ ମୋତେ
ଗାଇବାକୁ ଗୀତଟିଏ
ଛାତି ମୋର ଫୁଲି ଉଠେ ଗରବେ
ଅନାଇଁ ତବ ଆନନେ
ଲୋତକ ଭରେ ନୟନେ l
ଯାଇଛି ତରଳି ଜୀବନର
ଯେତେ ସବୁ କଠୋର ବନ୍ଧୁରତା
ବିଲୀନ ହୋଇଛି ଯାଇ
ଅମୃତ ମଧୁରତାରେ
ତୁମ ଗୁଣ ମୁଗ୍ଧ ମୋ ହୃଦୟ
ଆନନ୍ଦିତ ପକ୍ଷୀସମଡେଣା ମେଲି
ଉଡ଼ିଯାଏଦରିଆ ସେପାରି l
ମୋ ଗୀତର ସୁର ଛୁଇଁ ଯାଏ
ତୁମ ଦୁଇ ପାଦ
ଯାହା ଥିଲା ଏତେକାଳ
ମୋ ଆକାଂକ୍ଷାରଅପହଞ୍ଚl
ସେସଙ୍ଗୀତରମଦୀରାରେ
ଭୁଲିଛି ନିଜକୁ
ପ୍ରଭୁ ମୋର, ସଖା ମୋର
ଆସଥରେ ମୋ ନିକଟକୁ l
Leave a Reply