ଗୀତଞ୍ଜଳିରକବିତା-୧୮
ଆକାଶେବାଦଲ ରପଟୁଆର,
ମାଡି ଆସେଘନ ଘୋରଅନ୍ଧାର,
ଏତେବେଳେ କାହିଁକି ପ୍ରିୟ ମୋର,
ତୁମ ଦୁଆର ବାହାରେ
ଏକାକୀ ବସାଇ ରଖିଛ ମୋତେ,
ତୁମ ପ୍ରତୀକ୍ଷାରେ l
ଦିନର ବ୍ୟସ୍ତ ଜଞ୍ଜାଳେ
ମୁଁ ହୁଏତ ରହିଥାଏ ଅନ୍ୟମେଳେ
ତୁମକୁ କିନ୍ତୁଖୋଜୁଥାଏନିରନ୍ତର
ଅନ୍ଧକାରର ଏକଲା ପଣରେl
ତୁମେ ଯଦିପର ଭାବିମୋତେ,
ମୋଠାରୁଲୁଚାଇ ରଖିବ ତୁମଆନନ
ଜାଣେନି କିଭଳି କାଟିବି,
ଏଘନଘୋରବର୍ଷାର ଦିନ l
ଦୂର ଆକାଶର କଳା ବଉଦକୁ
ନିଷ୍ପଲକ ନୟନେ ରହିଥାଏଚାହିଁ,
ଉତ୍ତାଳ ପବନ ସାଥେମିଳି,
ହୃଦୟ ମୋର କାନ୍ଦେ କଇଁ କଇଁ I
Leave a Reply