ବୋଉ,
ଜାଣେନି, ତୁ ଚାହୁଁ ଥିବା ଭଳି ,
ଭଲଝିଅ ଟେ , ହେଲିକି ନହେଲି ,
ହେଲେ, ମନେପଡେ ,
ତୋରଯେତେସବୁ ତାଗିଦା,
ତୁ ଶିଖାଇ ଥିବା, ଆଦବକାଇଦା!
ଭଲଝିଅମାନେ ହସିବେନି ଜୋରକରି ,
ଚାଲୁଥିବେ ଥିରିଥିରି,
ଭାଷା ଥିବ ମିଠାଓଧୀର ,
କାମ ଦାମରେସଦାତତ୍ପର !
କେବେନ କରିବି
ଗୁରୁ ଜନ ସେବା ରେ ଉଣା ,
ଯେତେ ଦୁଃଖ ଥିଲେ ବି,
ମୁହଁକରିବି ନିଉଷୁନା !
ଭୁଲ ହେଉ ଅବାହେଉଠିକ,
ଗୁରୁଜନଙ୍କ କଥାର ଉତ୍ତରନଦେବି ,
ସେମାନଙ୍କକାର୍ଯ୍ୟର
ଉଚିତଅନୁଚିତନ ବିଚାରିଵି!
କରିବିଶିରୋଧାର୍ଯ୍ୟ
ସେମାନଙ୍କ ଆଜ୍ଞାର ,
ଯଦି ପଡେ ଆବଶ୍ୟକ ,
କେବେ ଆତ୍ମବଳି ର!
ଏଇଯେବିତି ଗଲା
ବର୍ଷପରେ ବର୍ଷ ,
ନିଜକୁଭଲ ଝିଅ କରି ଗଢିବାରେ ,
ଭାବୁଛି ମୁଆଜି ,
କି ଲାଭପାଇଲି ,
ଚାବିଦିଆକଣ୍ଢେଇପରି,
ନାଚିନାଚିଯନ୍ତ୍ର ବତ ,
ତୁମ ସମସ୍ତଙ୍କ କଥାରେ ,
କରିପାରିନି ମୁଁ ସନ୍ତୁଷ୍ଟ ,
ତୁମ ସମସ୍ତଙ୍କୁ,
ତେବେ,ଏତେ ଆତ୍ମ ଦାହ
ଏତେ ସନ୍ତୁଳନ ,
କେମିତି ରଖିଛିବନ୍ଦକରି ,
ଯଦି ମୁଁ ନିଜକୁ
ଗଢି ନ ପାରିଲି
ସୁନାଝିଅଟେ କରି,
ଠିକ ତୁମେଚାହୁଁଥିବାପରି !
Leave a Reply