ଦୁଇ ଦିନଆଗେ, ଏଇ ମାର୍ଗେ
ଯାଉଥିଲା ଏକପଟୁଆର
ବାଣ ରୋଷଣୀ ଓ ନାନାଦି ରଙ୍ଗରଫୁଲଝର
ଆନନ୍ଦ ଉଲ୍ଲାସଓସ୍ବପ୍ନ ମାନେଭାସୁ ଥିଲେସଭିଙ୍କଆଖି ରେ
ମତୁଆଲା ଆନନ୍ଦର ତାଳଥିଲା ସେମାନଙ୍କ ପାଦରେ
ଝରି ପଡୁଥିଲାଗୀତଆଶାଓଆଲୋକର
ବାୟୁ ରେଖେଳିବୁଲୁଥିଲା ବାସ୍ନା ହର୍ଷ ଓଉଲ୍ଲାସ ର
ଯୁବରାଜସମ ଆସୀନମୋଟର ମଧ୍ୟେ ସୁସଜ୍ଜିତ ବର
ଗଳାରେପୁଷ୍ପହାର ଆଉ ସ୍ଵର୍ଣଅଳଙ୍କାର
ମଥାରେରଙ୍ଗୀନପଗଡି , ଆଙ୍ଗୁଳି ରେ ସ୍ଵର୍ଣମୁଦି
ପାଦରେମୂଲ୍ୟବାନପାଦୁକା , ଶରୀରରେରେଶମୀ ପଂଜାବୀ
କପାଳରେ ଚନ୍ଦନର ଟୋପା, ଆଖିରେଅସୁମାରୀ ସ୍ବପ୍ନ
ହୃଦୟେ ପ୍ରଚୁରଆବେଗ
ଏଇଯେମହାର୍ଘମୁହୂର୍ତଜୀବନର
ଆରଂଭିବେଏକ ନୂତନଜୀବନ
ଲମ୍ବିଛି ଏଇ ପଥ, ଏଇଗ୍ରାମରସରଣୀ
ଲଭିବେ ଗ୍ରାମ୍ୟ ବାଳାରୁପସୀତରୁଣୀ
ଅଦୂରେ ଶୁଭୁଚିଶୁଭଶଙ୍ଖଶୁଭହୁଳ ହୁଳି
ପଟୁଆରରସ୍ୱାଗତପାଇଁ ବ୍ୟସ୍ତ ସର୍ବନର ନାରୀ
ବାଳକବାଳିକାସବୁ ଧାଉଁଛନ୍ତିଦେଖିବାକୁ ଆଲୋକରରୋଷଣୀ
ବାଦ୍ୟତାଳେଶୁଭୁ ଥାଏସାହାନାଇରରାଗିଣୀ
ବ୍ରାହ୍ମଣ , ବାରିକ, ବାରୀକଣି, କନ୍ୟାପିତା ମାତା
ବଡବାପା, ବଡ ମା , ଆଉ ଯେତେବନ୍ଧୁଭ୍ରାତା
ବରଆଉବରଯାତ୍ରୀରସ୍ୱାଗତପାଇଁବ୍ୟତିବ୍ ୟସ୍ତ
ମାତ୍ରକିଘଟିଲା, ଘଟିଲା କିବଜ୍ରପାତ !
ସାମାନ୍ୟ ବଚସା ନେଇ ଆରମ୍ଭ ହେଲାତୁମୁଳଯୁଦ୍ଧ
ଅଚିରେବିବାହମଣ୍ଡପସାଜିଲାକୁରୁକ୍ଷେତ୍ର
ହଣାହଣି ଲହୁଲୁହାଣ ହେଲେନର ନାରୀ
ବରପକ୍ଷକନ୍ୟାପକ୍ଷସଜିଲେ ସୈନ୍ୟ ସମହାତେ ଧରିତରବାରୀ
ଜଳିଲା ଗ୍ରାମ ଘର
ଜଳିଲା ଫୁଲ ହାର
ଜଳିଲା ବିବାହମଣ୍ଡପ
ଜାଳିଲେ ନିରୀହବୃଦ୍ଧ
ଜଳିଲାକୁନିଝିଅରଶରୀର
ଟଳିପଡିଲା ତେଜିଆନଯୁବକ
ଚତୁର୍ଦିଗେବାରୂଦ ର ପୋଡା ଗନ୍ଧ
ସକାଳେସେଠି ଥିଲାପାଉଁଶରଗଦା ଓପୋଡାଅଙ୍ଗାର
ସେଠିଥିଲା ପୋଡାଦେହବୃଦ୍ଧ, ଯୁବକ ଆଉ କୁନି ଝିଅର
ବାୟୁରେ ଖେଳୁ ଥିଲା କେବଳପୋଡା ଗନ୍ଧ
ସବୁ ରଙ୍ଗ ପୋଡିସାରିଥିଲା
ଥିଲାଖାଲିପୋଡାଅଙ୍ଗାର ରରଙ୍ଗ
ସ୍ବପ୍ନମାନେଜଳିସାରି ଥିଲେ
ଫୁଲ ମାନେମାରିସାରିଥିଲେ
କେବଳ କେତେକଖାକୀ ପୋଷାକ ଧାରୀ
ପ୍ରେତ ସମସେଠିଘୁରିବୁଲୁଥିଲେ
Leave a Reply