ମୁଁସ୍ୱପ୍ନରଦୋଳାରେଝୁଲୁଥିଲି
କଷ୍ଟ ଯନ୍ତ୍ରଣା ସବୁମିଳାଇ ଗଲେ ଶୂନ୍ୟରେ
ଅନନ୍ତ ଆକାଶୁଁ
ପ୍ରେମ ଆଉକରୁଣା ରହସ୍ତଟିଏ
ପ୍ରସାରିତ ହେଲା ଆଉ
ପୋଛି ନେଲା ଚକ୍ଷୁରଲୋତକ
ମୋଆତ୍ମସତ୍ତାଆନ୍ଦୋଳିତ
ସତତଉତ୍ତିଷ୍ଠ
ବିଲ ୀନହେବା ପାଇଁ
ପ୍ରେମର ସେଇଅଫୁରନ୍ତଉତ୍ସରେ
ମୋ ଆତ୍ମ ଚେତନାଉର୍ଦ୍ଧଗାମୀ
ସୋପାନରୁ ସୋପାନ
ବିସ୍ତରିବା ପାଇଁ
ମାଟିରୁ ଆକାଶ
ମୋଚତୁଃର୍ଦିଗେ
କଣ୍ଟାବୁଦା ଝାଟିବାଡ଼
ପଥରପ୍ରାଚୀର, ଲୁହାର ଶିକୁଳି
ଛିଡିଯାଉଛନ୍ତି , ଲିଭି ଯାଉଛନ୍ତି
ମୁଁ ଶକ୍ତି ଶାଳୀ ଅନନ୍ତ ଶକ୍ତି ରେ
ତୁମେମୋତେଶକ୍ତିଶାଳୀକରିଦେଲ
ଦେଇ ତୁମପ୍ରେମରଭିକ୍ଷା
ଅର୍ଜୁନଙ୍କ ପରିମୁ ଏବେ
ମହାଭାରତେ
ଯୁଝି ପାରେଦୁର୍ଯ୍ୟୋଧନ, ଦୁଃଶାସନ
ଆଉ ଯେତେ ଦୁଷ୍ଟଅସୁରଙ୍କୁ
ମୋ ପାଇଁ ଭାରତ ଯୁଦ୍ଧ
ନୁହେଁ କିନ୍ତୁଅଠର ଦିନର
ଏଯେ ଯୁଗ ଯୁଗବ୍ୟାପୀ
ମୁଁଥିବା ପର୍ଯ୍ୟନ୍ତଯୁଝୁ ଥିବି
ହେଲେ ହେଅନନ୍ତ
ଭୟ ହୁଏ
ଅର୍ଜୁନଙ୍କ ଠାରୁକୌଶଳେ
ହରି ନେଲା ଭଳି
ଫେରାଇ ନେବନି ତ
ତୁମ ଶକ୍ତି ଧନ ?
(04-04-2000)
Leave a Reply