ମୁଁଜୀବିତକି ମୃତ
ଆଶ୍ଚର୍ଯ୍ୟହୋଇ ପ୍ରଶ୍ନ କରେ ନିଜକୁ
ଆଜିଯାକେ ବସିଛି
ରୁଦ୍ଧ ଦ୍ୱାରନିବୁଜ କକ୍ଷେ
ଜୀବନ ଯାଇଛିବହି
ବାଟ ଭାଙ୍ଗି
ଅଣ୍ଡାଳୁଛିଜୀବନକୁ
ନିଜକୁ ନିଜେ ଚିମୁଟି
ବଂଚିଛିକି ନାହିଁ, ପରଖୁଛି
କେତେ ବାବଦଳିଛି
ମୁଁ କାଲିଠାରୁ, ନିଜକୁନିଜେପଚାରୁଛି
କାଲି ଥିଲି କାଠଚୁଲ୍ଲା ନିଆଁ ଧୂଆଁ
ଝାଡୁ ପୋଛାକନା
ଆଜି ବୋଧେଗ୍ୟାସଚୁଲି, ହିଟର
ୱାସିଂ ମେସିନଅବାଭ୍ୟାକମକ୍ଳୀନର
କାଲି ବୋଧେ ଯାଇଥିଲି
ଶଗଡ଼ ଗାଡ଼ିରେ ଶାଶୂଘର
ଆଜି ତ ମିଳିଯାଏ
ଆମ ଗାଁକୁମାଳ ମାଳମଟର
କାଲି କାଖେ ଧରିପାଣିଗରା
ଆଣୁ ଥିଲି ଗାଁ କୂଅରୁ ଜଳ
ଆଜି ଆମ ଘରେ ଲାଗିଛିଅନେକ ପାଣି କଳ
ଏଇ ଯେ ମୋ ପାଇଁ ତୁମେ ଲେଖି ଦେଇଛ
ଯେତେ ଯେତେରୁଟିନ
ଭାତମୁଠେପାଇଁ
ଜାଳ ଜୁଡ଼ିସଜାଡ଼ିବା ଠାରୁ
ଘରର ଯାବତୀୟ କାର୍ଯ୍ୟ କରୁ ଥାଏନୀରବରେ
ତଥାପିତ କେବେ କେମିତି
ଭୁଲ ଭଟକା ରେ
ଯଦି ଭାତପୋଡିଯାଏ
ଅବା ଉତୁରିଯାଏ କ୍ଷୀର
ଘର ସାରାତୁମେ ଫୋପାଡ଼ି ଦିଅ
ତୁମରପ୍ରଚଣ୍ଡ ରାଗ
ଆଉବର୍ଷିଯାଏ
ମୋ ଦୁର୍ବଳ ପିଠିରେ
ବିଧା ଚାପୁଡ଼ା ର ନିଶାଣ
ମୋ ପିଠିରଲାଲଦାଗ
ଲୋକ ଲଜ୍ଜା ଭୟେ
ପଣତ କାନିରେ ଭିଡିଧରି
ମୁଁ ନୀରବେ ଲୁହ ବର୍ଷିଦିଏ
ପୁଣି ଲାଗି ଯାଏ
ଶାବକ ଚଞ୍ଚୁରେ ଆହାର ଭରିବା ରେ
ତଥାପି ତ ତୁମ୍ଭେ ମାନେ
ଭୀଷଣ ଅସନ୍ତୁଷ୍ଟ
ମୋପାଇଁ ଯେଖରଚ କରୁଛ
ଦୁଇ ଓଳି ଦୁଇ ମୁଠାଭାତ
ଅବା ମୋର କସ୍ତା ଶାଡୀ ପାଇଁ
ଲାଗେ କେତେଧନ
ତାରହିସାବ କଷୁଛ.
ଏତେ ସବୁ ସତ୍ୱେ
ତୁମ୍ଭ ମାନଙ୍କର ଭାରି ଭୟ
କାଳେ ଶୁଣି ଦେବେ ସାଇପଡିଶାତୁମ କୀର୍ତି
ତୁମ ନିର୍ମଳ ମୂର୍ତ୍ତି ରେ ଲାଗିଯିବ
କଳା ଦାଗ
ଧରାପଡିଯିବାଭୟରେ
ତୁମ୍ଭେମାନେ ଜାକି ଦିଅ କନା ବିଣ୍ଡା
ମୋ ପାଟି ରେ, ଯେମିତି
ମୋଚିତ୍କାର ପଦାକୁ ନ ଫୁଟିବ
ବାନ୍ଧିଦିଅ ହାତଗୋଡ
ଯେମିତିକି, ଯନ୍ତ୍ରଣାରେ ବି
ଦେହହାତନ ଛାଟିବି
ନିଶ୍ୱାସଟିକକ ବାହାରି ଗଲା ବେଳେ
ବିଲକୁଲଶବ୍ଦ ନ ଶୁଭିବ!
Leave a Reply